ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ପହଞ୍ଚିବା ପରେ ଗସ୍ତର କାରଣ କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟତଃ ଦିଲ୍ଲୀ କ୍ରୀଡା ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କହିଛନ୍ତି ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ସଂସଦ ମଧ୍ୟ ଯିବେ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୁଁ ଏଠାକୁ ମୁଖ୍ୟତଃ କ୍ରୀଡ଼ା ସମ୍ମିଳନୀରେ ଯୋଗଦେବାକୁ ଆସିଛି। ହକି ପାଇଁ ଓଡ଼ିଶା ଜାତୀୟ ସ୍ତରରେ ବହୁତ କିଛି ଅବଦାନ ଦେଇଥିବାରୁ ମୁଁ ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଛି। ଏହାଛଡ଼ା ଆସନ୍ତାକାଲି ମୁଁ ସଂସଦ ମଧ୍ୟ ଯିବି।”
ଖାଲି ସେତିକି ନୁହେଁ, ସଂସଦ ଯିବା ପରେ ନବୀନ ପଟ୍ଟନାୟକ ବିଭିନ୍ନ ବିଷୟକୁ ନେଇ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସରକାରଙ୍କଠାରୁ ପାଇବାକୁ ଥିବା ବିଭିନ୍ନ ବକେୟା ଅନୁଦାନ ସମ୍ପର୍କରେ ଆଲୋଚନା ହେବ।