ନୂଆଦିଲ୍ଲୀ,ଏଜେନ୍ସି: ଏଠାରେ ଚାଲିଥିବା ସ୍ୱିସ୍ ଓପନ୍ର ଏକକ ବିଭାଗରେ ଟାଇଟଲ ହାସଲ କରିଛନ୍ତି ପିଭି ସିନ୍ଧୁ। ଭାରତର ତାରକା ସଟଲର ଫାଇନାଲରେ ଥାଇଲାଣ୍ଡର ବୁସାନାନଙ୍କୁ ୨୧-୧୬, ୨୧-୮ ରେ ପରାସ୍ତ କରିଥିଲେ।
୪୯ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସିନ୍ଧୁ ବୁସାନାନଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପ୍ରଥମ ସେଟ୍ରେ ବୁସାନାନ ସିନ୍ଧୁଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରିକି ଗୋଟିଏ ସମୟରେ ସ୍କୋର୍ ୫-୫ ହୋଇଯାଇଥିଲା। ଏହା ପରେ ସିନ୍ଧୁ ଦୁଇ ପଏଣ୍ଟ ଅଗ୍ରଣି ପାଇଥିଲେ ୭-୫। ପୁଣି ବୁସାନାନ ୯ ପଏଣ୍ଟରେ ସେଟ୍କୁ ସମାନ ସ୍ତରକୁ ଆଣିଥିଲେ।
ଏହା ପରେ ସିନ୍ଧୁ ଧୀରେଧୀରେ ଅଗ୍ରଣୀ ହାସଲ କରିଥିଲେ। ଶେଷରେ, ସିନ୍ଧୁ ପ୍ରଥମ ଖେଳ ୨୧-୧୬ ରେ ଜିତିଥିଲେ। ଦ୍ୱିତୀୟ ସେଟ୍ରେ ସିନ୍ଧୁ ୧୧-୨ ଅଗ୍ରଣୀ ହାସଲ କରିଥିଲେ ଏବଂ ପରେ ମ୍ୟାଚ୍ ୨୧-୮ ରେ ଜିତିଥିଲେ।