ବିଜେଡି ହାତରେ ପୌରାଧ୍ୟକ୍ଷା ଓ ୪ କାଉନସିଲର, ବିଜେପି ହାତେଇଲା ୬ କାଉନସିଲର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଚଳିତ ପୌର ନିର୍ବାଚରେ ଦେବଗଡ଼ ପୌର ପରିଷଦ ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ବିଜୟୀ ହୋଇଥିବାବେଳେ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ମାଧବୀ ଦେବୀ ୪୨୮ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ସେହିପରି ୧୧ ୱାର୍ଡ ବିଶିଷ୍ଟ କାଉନସିଲରେ ବିଜେପି ୬ କାଉନସିଲର ଆସନ ଦଖଲ କରିଥିବାବେଳେ ବିଜେଡି ହାତରେ ୪ ଓ ସ୍ୱାଧୀନ ଭାବେ ଜଣେ କାଉନସିଲର ନିର୍ବାଚିତ ହୋଇଛନ୍ତି । ୧ନଂ ୱାର୍ଡ କାଉନସିଲର ଭାବେ ବିଜେଡି ପ୍ରାର୍ଥିନୀ ପ୍ରମିଳା ବେହେରା ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥିନୀ ରେଣୁପ୍ରଭା ବେହେରାଙ୍କୁ ୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ୨ନଂ ୱାର୍ଡ କାଉନସିଲର ଭାବେ ବିଜେଡିର ସଂଯୁକ୍ତା ଆଚାର୍ଯ୍ୟ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶିଳ୍ପୀ ନାଏକଙ୍କୁ ୯୨ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ୩ନଂ ୱାର୍ଡ କାଉନସିଲର ଭାବେ ବିଜେଡି ପ୍ରାର୍ଥିନୀ ବାସନ୍ତୀମଣି ମାଝୀ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସୌଦାମିନୀ ନାଏକଙ୍କୁ ୨୩୭ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତ । ୪ନଂ ୱାର୍ଡ କାଉନସିଲର ଭାବେ ବିଜେପି ପ୍ରାର୍ଥୀ ପ୍ରଜିତ କୁମାର ଭୋଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ନେତ୍ରାନନ୍ଦ ବେହେରାଙ୍କୁ ୨୦୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ୫ନଂ ୱାର୍ଡ କାଉନସିଲର ଭାବେ ବିଜେଡିର ପ୍ରାର୍ଥୀ ଯତୀନ କୁମାର ନାଏକ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ବିଜୟ କୁମାର ଦେହୁରୀଙ୍କୁ ୨୮୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୬ନଂ ୱାର୍ଡ କାଉନସିଲର ଭାବେ ସ୍ୱାଧୀନ ପ୍ରାର୍ଥୀ ଧର୍ମେନ୍ଦ୍ର କୁମାର ଦେବତା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଚୁଡେନ୍ଦୁ କେରକେଟ୍ଟାଙ୍କୁ ୩୮୮ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ୭ନଂ ୱାର୍ଡ କାଉନସିଲର ଭାବେ ବିଜେପି ପ୍ରାର୍ଥୀ ପିଙ୍କି ରାଣୀ ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସବିତା ପ୍ରଧାନଙ୍କୁ ୫୭ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୮ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ବିଜେପିର ମଧୁସୂଦନ ବାଗ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଭୁବନେଶ୍ୱରୀ ସାହୁଙ୍କୁ ୪୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ୯ନଂ ୱାର୍ଡ କାଉନସିଲର ଭାବେ ବିଜେପି ପ୍ରାର୍ଥିନୀ ସରୋଜିନୀ ମୁଣ୍ଡା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ନିବେଦିତା ହରଙ୍କୁ ୪୫୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।୧୦ନଂ ୱାର୍ଡ କାଉନସିଲର ଭାବେ ବିଜେପି ପ୍ରାର୍ଥୀନୀ ଇତିଶ୍ରୀ ମିଶ୍ର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରତିମା ମହାପାତ୍ରଙ୍କୁ ୪୭ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି । ୧୧ନଂ ୱାର୍ଡ କାଉନସିଲର ଭାବେ ବିଜେପି ପ୍ରାର୍ଥୀ କାର୍ତ୍ତିକ ମହାକୁଳ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରଦୀପ କୁମାର ଦେବଙ୍କୁ ୮୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିବା ଜଣାପଡ଼ିଛି ।