ସଦର ପୁଲିସର ସଫଳତା, ୬ ଡକାୟତ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସଦର ପୁଲିସ ଦ୍ୱାରା ୬ଜଣ ଡକାୟତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ ଗତମାସ ୧୩ ତାରିଖରେ ଦଶମନ୍ତପୁର ବ୍ଲକ୍ ନନ୍ଦି ଗାଁ’ର ଜଣଙ୍କ ଘରୁ ଗିରଫ ଡକାୟତମାନେ ୭୪ହଜାର ଟଙ୍କା, ସୁନାଗହଣା ଓ ୧୫ଲିଟର ପେଟ୍ରୋଲ ଚୋରି କରିଥିଲେ। ସଦର ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ଗତକାଲି ରାତିରେ ପୁଲିସ ଚଢ଼ଉ କରି ସଦର ପୁଲିସ ବୋରିଗୁମ୍ମା ବ୍ଲକ୍ ବି.ସିଂହପୁର ଥାନା ଅନ୍ତର୍ଗତ ବି.ଜାନିଗୁଡ଼ା ଗ୍ରାମର ପବିତ୍ର ଖୋସଲା, ନରେଶ ଖରା ଓ ତୁଲାରାମ ଜାନି, କଦମଗୁଡ଼ା ଗ୍ରାମର ଲାଲୁ ହିଆଲ, ପଟିଆସିଲ ଗ୍ରାମର ରମେଶ ଖରା, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଝାରଖଣ୍ଡପୁରୀ ଗ୍ରାମର ଆଜନ ଆଶାଙ୍କୁ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ଠାରୁ ୩ଟି ବାଇକ୍ ଓ ୫୦ ହଜାର ଟଙ୍କା ଜବତ କରାଯାଇଛି।