ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୩୫ ମିନିଟ୍ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ବଲୋଦମୀର ଜେଲେନସ୍କୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଭୟ ନେତା ପାଖାପାଖି ୩୫ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ । ଏହି ସମୟରେ ମୋଦୀ ୟୁକ୍ରେନ ସ୍ଥିତିକୁ ନେଇ ଜେଲେନସ୍କୀଙ୍କ ସହ ଚର୍ଚ୍ଚା କରିଥିଲେ ।

ଯୁଦ୍ଧ ସ୍ଥିତିକୁ ନେଇ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସିଧା ଆଲୋଚନାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ । ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ କାଢ଼ିବାରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ଲାଗି ଜେଲେନସ୍କୀଙ୍କୁ ମୋଦୀ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ସୁମୀରୁ ଭାରତୀୟଙ୍କୁ ଆଣିବା ପାଇଁ ଜାରି ପ୍ରୟାସରେ ୟୁକ୍ରେନ ସରକାରଙ୍କ ନିରନ୍ତନ ସମର୍ଥନ ମୋଦୀ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଯୁଦ୍ଧର ଏଭଳି ସମୟରେ ଜେଲେନସ୍କୀଙ୍କ ସହ ମୋଦୀଙ୍କ ଆଲୋଚନା ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନ୍ୟପଟେ ମୋଦୀ ଆଜି ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସହ ମଧ୍ୟ କଥା ହେବେ ।