ରାଷ୍ଟ୍ରପତି ପୁତିନଙ୍କ ସମେତ ୧୦୦ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଇତିମଧ୍ୟରେ ନ୍ୟୁଜିଲାଣ୍ଡ ମଧ୍ୟ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସମେତ ୧୦୦ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ତାଲିକାରେ ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ, ପ୍ରତିରକ୍ଷା ମନ୍ତ୍ରୀ ସର୍ଗଇ ସୋଇଗୁ ଓ ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବଙ୍କ ନାମ ସାମିଲ ରହିଛି ।

ସୂଚନାଯୋଗ୍ୟ, ଏପଲ ଗୁଗଲ ମଧ୍ୟ ଋଷ ବିରୋଧରେ ପଦକ୍ଷେପ ନେଇଛନ୍ତି । କମ୍ପାନୀ ତରଫରୁ ଋଷର ସମସ୍ତ ଉତ୍ପାଦର ବିକ୍ରିକୁ ନିଲମ୍ବିତ କରିଦେଇଛି । ଏପଲ ପେ ଓ ଅନ୍ୟ ସେବାକୁ ମଧ୍ୟ ସୀମିତ କରିଦେଇଛି । ମେଟା ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ଆରଟୀ ହଟାଇ ଦେଇଛି ।