ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌; ଏଲିମିନେସନ୍ ରାଉଣ୍ଡ୍‌ରେ ପ୍ରମୋଦ ଓ ଦୀପ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ପେନ୍‌ର ଭିକ୍ଟୋରିଆ ସହରରେ ଚାଲିଥିବା ସ୍ପାନିଶ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍‌-୨୦୨୨ର ଏଲିମିନେସନ୍ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ ଓ ଦୀପ୍ ରଞ୍ଜନ ବିଷୋୟୀ। ଏହି ଦୁଇ ଖେଳାଳି ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଡବଲ୍ ବିଜୟ ହାସଲ କରିଛନ୍ତି। ଉଭୟ ଖେଳାଳି ସିଙ୍ଗଲ୍ସ ଓ ଡବଲ୍ସରେ ବିଜୟୀ ହୋଇଛନ୍ତି।

ପ୍ରମୋଦ ସିଙ୍ଗଲ୍ସ ଏସ୍‌ଏଲ୍‌-୩ ବର୍ଗରେ କାନାଡାର ୱିଲିୟମ୍ ରୁସିଙ୍କୁ ୨୧-୧୪, ୨୧-୭ରେ ପରାସ୍ତ କରିଥିବା ବେଳେ ଡବଲ୍ସରେ ମନୋଜ ସରକାରଙ୍କ ସହ ମିଶି ଫ୍ରେଞ୍ଚ୍ ଯୋଡ଼ି ଜାଭିୟର୍ ଡେବାଭିଲେରେ ଓ କ୍ଲିମେଣ୍ଟ୍ ସାରୋବର୍ଟଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି। ସେହିପରି ଦୀପ୍ ସିଙ୍ଗଲ୍ସ ଏସ୍‌ଏଲ୍‌-୪ରେ ଫ୍ରାନ୍ସର ଗୁଲେମ୍ ଗାଇଲିଙ୍କୁ ୨୧-୯, ୨୨-୨୦ରେ ପରାସ୍ତ କରିଛନ୍ତି। ସେ ମଧ୍ୟ ଡବଲ୍ସରେ ମହମ୍ମଦ ଅରବାଜ୍ ଅନ୍‌ସାରୀଙ୍କ ସହ ମିଶି ଫ୍ରେଞ୍ଚ୍ ଯୋଡ଼ି ଗାଇଲି-ମାଥିଉ ଥୋମାସ୍‌ଙ୍କୁ ୨୧-୧୯, ୨୧-୧୯ରେ ହରାଇଛନ୍ତି।