୨ୟ ଟି-୨୦: ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଭାରତ, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ

ଧର୍ମଶାଳା,ଏନ୍ଏନ୍ଏସ୍: ଶ୍ରୀଲଙ୍କା ବିରୋଧରେ ଦ୍ଵିତୀୟ ଦିନିକିଆକୁ ୭ ଓ୍ଵିକେଟରେ ଜିତି ଭାରତ ତିନି ମ୍ୟାଚର ସିରିଜକୁ ୨-୦ରେ ଅଗ୍ରଣୀ ରହିଛି। ଧର୍ମଶାଳା ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପାଥୁମ୍ ନିଶାଙ୍କଙ୍କ ୭୫ ଓ ଦଶୁନ୍ ଶନକାଙ୍କ ୪୭ ରନ୍ ଯୋଗୁଁ ୫ ଓ୍ଵିକେଟ ହରାଇ ୨୦ ଓଭରରେ ୧୮୩ ରନ୍ କରିଥିଲା।

ଏହାର ଜବାବରେ ଭାରତ ପକ୍ଷରୁ ସଞ୍ଜୁ ସାମସନ୍, ଶ୍ରେୟସ୍ ଆୟାର୍ ଓ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଇଂନିସ୍ ଯୋଗୁଁ ଭାରତ ସହଜରେ ଏହି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଥିଲା। ସଞ୍ଜୁ ସାମସନ୍ ୨୫ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ସହ ୩୯ ରନ୍ କରିଥିଲା। ଶ୍ରେୟସ୍ ଆୟାର୍ ୪୪ ବଲ୍ ଖେଳି ୬ଟି ଚୌକା ଓ ୪ଟି ଛକା ସହ ରନ୍ କରିଥିଲେ। ସବୁଠୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରବୀନ୍ଦ୍ର ଜାଡେଜା। ସେ ମାତ୍ର ୧୮ଟି ବଲ୍ ଖେଳି ୨୫୦ ଷ୍ଟ୍ରାଇକ୍ ରେଟରେ ୭ଟି ଚୌକା ଓ ଗୋଟିଏ ଛକା ସହ ୪୫ ରନ୍ କରିଥିଲେ।

ଅଧିନାୟକ ରୋହିତ୍ ଶର୍ମା ଆଜି ନିରାଶ କରି ମାତ୍ର ୧ ରନରେ ପ୍ରଥମ ଓଭରେ ଆଉଟ୍ ହୋଇଥିଲେ। ଈଶାନ୍ କିଶନ୍ ୧୬ ରନରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ତରଫରୁ ଲାହିରୁ କୁମାରା ୨ଟି ଓ ଦୁଷ୍ମନ୍ତ ଚମିରା ଗୋଟିଏ ଓ୍ଵିକେଟ୍ ନେଇଥିଲେ।