ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସହାୟକ ଯନ୍ତ୍ରୀ ଜିଲ୍ଲାରାଜ୍ୟ By Nitidin On Feb 25, 2022 Share କୋରାପୁଟ,ଏନ୍ଏନ୍ଏସ୍: ଲାଞ୍ଚ ନେଇ ବନ୍ଧା ହେଲେ ବିଦ୍ୟୁତ ବିଭାଗର ସହାୟକ ଯନ୍ତ୍ରୀ । ବୋରିଗୁମ୍ମା ବିଦ୍ୟୁତ ବିଭାଗର ସହାୟକ ଯନ୍ତ୍ରୀ ପ୍ରବୀଣ ହୋତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚାକିରି କରାଇ ଦେବାକୁ କହି ୧୦ ହଜାର ଲାଞ୍ଚ ନେଉଥିଲେ । ପୂର୍ବପ୍ରସ୍ତୁତି ଅନୁଯାୟୀ ଘଟଣାସ୍ଥଳରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ସୂଚନାଅନୁସାରେ, ସହାୟକ ଯନ୍ତ୍ରୀ ଜଣେ ହେଲପରକୁ ଚାକିରି କରେଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଲାଞ୍ଚୁଆ ଯନ୍ତ୍ରୀକୁ ଧରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା ଭିଜିଲାନ୍ସ । କନିଷ୍ଠ ଯନ୍ତ୍ରୀ ପ୍ରବୀଣ ହୋତାଙ୍କ ନାଁରେ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅନେକ ଅଭିଯୋଗ ହୋଇଛି । ଏହାସହ ମିଟର ଟାମ୍ପେରିଂ,ବେନିୟମ ବିଦ୍ୟୁତ୍ ସଂଯୋଗ ଦେବା ଓ ଟ୍ରାନ୍ସଫର୍ମରକୁ ଖରାପ ଦେଖାଇ ଅଦଳ ବଦଳ କରିବା ଭଳି ଦୁର୍ନୀତିଯୁକ୍ତ କାର୍ଯ୍ୟରେ ଲିପ୍ତ ଥିବା ସୂଚନା ରହିଛି । Share