ନିଜ ନାଗରିକଙ୍କୁ ତୁରନ୍ତ ଋଷ ଛାଡ଼ିବାକୁ କହିଲା ୟୁକ୍ରେନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ୟୁକ୍ରେନର ୨ଟି ପ୍ରାନ୍ତକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ପ୍ରଦାନ କରିଛି । ଅନ୍ୟପଟେ ଆମେରିକା ଓ ବ୍ରିଟେନ ସମେତ ଆଉ କିଛି ଦେଶ ଋଷ ଉପରେ ଅନେକ ରୋକ ଲଗାଇଛି । ଇତିମଧ୍ୟରେ ୟୁକ୍ରେନ ସରକାର ନିଜ ନାଗରିକଙ୍କୁ ତୁରନ୍ତ ଋଷ ଛାଡ଼ିବାକୁ ନିବେଦନ କରିଛି । ୟୁକ୍ରେନ ସରକାରଙ୍କ ଏହି ନିବେଦନ ଚିନ୍ତା ଦ୍ୱିଗୁଣିତ କରିଦେଇଛି ।

ସୂଚନାଯୋଗ୍ୟ, ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ କରିବା କଥା କହୁଥିଲେ ହେଁ ବାସ୍ତବିକ ସ୍ଥିତି ଆଉ କିଛି ନଜର ଆସୁଛି । ୟୁକ୍ରେନ ବୋର୍ଡର ପାଖରେ ଋଷ ନିଜର ସେନା ନିଯୁକ୍ତ କରାଉଥିବା ସେଟଲାଇଟ ଫଟୋରୁ ସ୍ପଷ୍ଟ ହେଉଛି ।