ନୂଆଦିଲ୍ଲୀ: ସିବିଏସଇ, ଆଇସିଏସଇ ଓ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅଫଲାଇନ ପରୀକ୍ଷା ବିରୋଧରେ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ସଂସ୍ଥା ନିଜ କାମ କରୁଛି । ଏମିତି ପିଟିସନ ଶୁଣାଣିର କୌଣସି ମୂଲ୍ୟ ନାହିଁ । ଏମିତି ପିଟିସନ ପିଲାଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି।
ବାଲ୍ୟ ଅଧିକାର କାର୍ଯ୍ୟକର୍ତ୍ତା ଅନୁଭା ଶ୍ରୀବାସ୍ତବ ସହାୟ ଅଫଲାଇନ ପରୀକ୍ଷା ବିରୋଧରେ ପିଟିସନ ଦାୟର କରିଥିଲେ। ତାଙ୍କ କହିବାନୁସାରେ, କରୋନା ଯୋଗୁ ପିଲାମାନେ ଅନଲାଇନରେ ପାଠ ପଢ଼ିଛନ୍ତି । କରୋନା ଭୟ ଏବେ କମିନାହିଁ । ତେଣୁ ପିଲାଙ୍କ ପାଠପଢ଼ାର ମୂଲ୍ୟାୟନ କରିବା ପାଇଁ ଅନ୍ୟ ଉପାୟ ବାହାର କରିବାର ଆବଶ୍ୟକତା ରହିଛି ।