ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିଛି । ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଏନସିପି ନେତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଆଜି ସକାଳେ ନୱାବଙ୍କୁ ଇଡି ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଗିରଫ ହେବା ପରେ ନୱାବ କହିଛନ୍ତି ଯେ, ‘ମୁଁ ଲଢ଼ିବି, ଡରିବି ନାହିଁ ।’
ଗିରଫ ପୂର୍ବରୁ ଇଡି ଅଧିକାରୀ କହିଥିଲେ ଯେ, ଏନସିପିର ୬୨ ବର୍ଷୀୟ ନେତା ମଲ୍ଲିକ ବେଲାର୍ଡ ଏଷ୍ଟେଟ ଅଞ୍ଚଳସ୍ଥିତ ଇଡ଼ି କାର୍ଯ୍ୟାଳୟରେ ସକାଳ ୮ଟାରେ ପହଞ୍ଚିଛନ୍ତି । ଏଥିସହିତ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ବୟାନ ରେକର୍ଡ କରାଯାଉଛି ।