ରାମ ରହିମଙ୍କୁ Z ପ୍ଲସ ସୁରକ୍ଷା 

ନୂଆଦିଲ୍ଲୀ: ଡେରା ସଚ୍ଚା ରାମ ରହିମଙ୍କୁ Z ପ୍ଲସ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି । ରାମ ରହିମ ଫେବୃଆରୀ ୭ରୁ ପାରୋଳରେ ଆସିବା ପରେ ତାଙ୍କୁ ଉଚ୍ଚ ଶ୍ରେଣୀୟ ସୁରକ୍ଷା ପ୍ରଦାନ କରାଯାଇଛି । କାରଣ ଖାଲିସ୍ତାନ ସମର୍ଥକଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ହରିୟାଣା ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ତରଫରୁ ରୋହତକ ରେଞ୍ଜ ଆୟୁକ୍ତଙ୍କୁ ନିକଟରେ ଏବ ବାର୍ତ୍ତା ପଠାଯାଇଥିଲା । ସେଥିରେ ଖାଲିସ୍ତାନ ସମର୍ଥକ କାର୍ଯ୍ୟକର୍ତ୍ତାଙ୍କଠାରୁ ଗୁରମୀତ ରାମ ରହିମଙ୍କ ଜୀବନକୁ ବିପଦ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ଉଲ୍ଲେଖ କରାଯାଇଥିଲା । ସେଥିପାଇଁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ରାମ ରହିମଙ୍କୁ ଏବେ ତାଙ୍କ ଗୁରୁଗ୍ରାମ ଆଶ୍ରମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।