ରୋହିତ ଶର୍ମା ହେଲେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ

ନୂଆଦିଲ୍ଲୀ: ହିଟମ୍ୟାନ୍ ରୋହିତ ଶର୍ମା ଭାରତର ଟି-ଟ୍ୱେଣ୍ଟି ଓ ଦିନିକିଆ ପରେ ଏବେ ଟେଷ୍ଟ ମ୍ୟାଚରେ ବି ଅଧିନାୟକ ଭାର ସମ୍ଭାଳିବେ । ରୋହିତଙ୍କୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ବିରାଟ ଟେଷ୍ଟ ମ୍ୟାଚରେ ଅଧିନାୟକ ପଦ ଛାଡ଼ିବା ପରେ କେଏଲ ରାହୁଲ କିଛି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସହ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏହି ୨ ଖେଳାଳି ଦୀର୍ଘ ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏହାକୁ ନେଇ ଲଗାତାର ଭାବେ ଦୁହିଁଙ୍କର ଆଲୋଚନା ହେଉଥିଲା । ଏହି ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ।