ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ ମାଧ୍ୟମରେ ଠାଣେ-ଦିବା ମଧ୍ୟରେ ନିର୍ମାଣ ହୋଇଥିବା ୫ମ ଓ ୬ଷ୍ଠ ରେଳ ଲାଇନକୁ ସବୁଜ ସଙ୍କେତ ଦେଖାଇ ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଏହି ନୂଆ ରେଳ ଲାଇନ ମୁମ୍ବାଇବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ସେମାନଙ୍କ ଦୈନିନ୍ଦିନ ଜୀବନରେ ଉନ୍ନତି ଆଣିବ । ଆଜିଠୁ ସେଣ୍ଟ୍ରାଲ ରେଲୱେ ଲାଇନରେ ୩୬ଟି ଟ୍ରେନ ଚଳାଚଳ କରିବ । ସେଥିମଧ୍ୟରୁ ଅଧିକାଂଶ ଏସି ଟ୍ରେନ ରହିଛି । ଏହା ଲୋକଲ ସୁବିଧାକୁ ବଢ଼ାଇବା ସହ ଲୋକାଲକୁ ଆଧୁନୀକରଣ କରିବାର କେନ୍ଦ୍ର ସରକାରଙ୍କ ଚୁକ୍ତିର ଏକ ଅଂଶ ।