ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖାଦେଇଛି। ସୂଚନା ଅନୂସାରେ ଆଜି ଅପରାହ୍ନ ସମୟରେ ଏନଏସଏଙ୍କ ବାସଭବନ ଭିତରକୁ ପାଚେରୀ ଡେଇଁ ଏକ ଅଜଣା ଯୁବକ ପଶିବାକୁ ଉଦ୍ୟମ କରିଥିଲା।
ଯାହାକୁ ନେଇ ଏନଏସଏଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଉକ୍ତ ଯୁବକ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀଙ୍କ ଦ୍ୱାରା କାବୁ କରାଯାଇ ପଚରାଉଚରା କରାଯାଉଛି।
ଦିଲ୍ଲୀ ପୋଲିସ୍ ଏବେ ଯୁବକର ପ୍ରକୃତ ପରିଚୟ ଖୋଜି ପାଇବା ପାଇଁ ତଦନ୍ତ ଚଳାଇଛି। ତେବେ ଉକ୍ତ ଯୁବକ ଜଣଙ୍କ କର୍ଣ୍ଣାଟକର ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ସେ କେଉଁ ଉଦ୍ଦେଶ୍ୟ ନେଇ ଅଜିତ୍ ଡୋଭାଲଙ୍କ ବାସଭବନ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।
ବର୍ତ୍ତମାନ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଥିବା ବେଳେ ବାସଭବନ ସମ୍ମୁଖରେ ରାଜପଥକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି।