ଝାରସୁଗୁଡାରେ ଗାନ୍ଧୀ ଜୟନ୍ତି ଅବସରରେ ବିଜେଡିର ପଦଯାତ୍ରା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତି ଅବସରରେ ବୁଧବାର ଏକ ଜନ ସମ୍ପର୍କ ପଦଯାତ୍ରା ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନେତୃତ୍ୱ ନେଇଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମନମୋହନ ସ୍କୁଲରୁ ବାହାରି ସହର ମୁଖ୍ୟ ରାସ୍ତାରେ ବସଷ୍ଟାଣ୍ଡ ସ୍ଥିତ ଗାନ୍ଧିଛକ ପର୍ୟ୍ୟନ୍ତ ଯାଇ ଗାନ୍ଧିଜୀଙ୍କ ପ୍ରତିମାରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ଅଜିର ଏହି ପଦଯାତ୍ରାରେ ହଜାରେରୁ ଅଧିକ ବିଜେଡିର ପୁରୁଷ ଓ ମହିଳା କର୍ମୀମାନେ ଯୋଗ ଦେଇଥିଲେ । ସେହିପରି ଆଜି ଠାରୁ ଝାରସୁଗୁଡା ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ବିଜେଡିର ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ମନ ମହାପାତ୍ର, ପିଣ୍ଟୁ ପାଢ଼ୀ , ତ୍ରିନାଥ ଗୁଆଲ, ରବି ସିଂ, ରଘୁ ପଟେଲ, ରାଜୁ ପାଣିଗ୍ରାହୀ, ଗୋବିନ୍ଦ ସିଙ୍ଘାନିଆ, ପ୍ରତାପ ନନ୍ଦ, ମଦନ ହାତୀ, ଅଶୋକ ଦାସ, ସିଦ୍ଧାର୍ଥ ସରକାର, ଦେବେନ୍ଦ୍ର ମହାପାତ୍ର, ସାରଦା ସାହା, ନଟ୍ଟୁ ଶର୍ମା, ଜୟ କୁମାରୀ ପଟେଲ, ଭାଗ୍ୟବତୀ ନାୟକ, ଜ୍ୟୋତି ସୁନାର, ପ୍ରଭୁତି ଉପସ୍ଥିତ ଥିଲେ।