ଫେବୃଆରୀ ୧୪ରେ ମହାକାଶକୁ ଛଡାଯିବ ବର୍ଷ ୨୦୨୨ର ପ୍ରଥମ ସାଟେଲାଇଟ୍‌: ଇସ୍ରୋ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ମାସ ୧୪ ତାରିଖରେ ଏବର୍ଷର ପ୍ରଥମ ମହାକାଶ ପରୀକ୍ଷଣ ହେବାକୁ ଯାଉଛି। ଏହି ଦିନ ୨୦୨୨ର ପ୍ରଥମ ସାଟେଲାଇଟ୍ ମହାକାଶକୁ ଛଡାଯିବ। ଆଜି ଏହା ବାବଦରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସରୋ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୂଯାଇ ଆସନ୍ତା ସୋମବାର ଅର୍ଥାତ୍ ଫେବୃଆରୀ ୧୪ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍ ସ୍ପେସ୍ ରିସର୍ଚ ସେଣ୍ଟରରୁ ପିଏସ୍‌ଏଲଭି-ସି୫୨ ନାମକ ଏକ ଉପଗ୍ରହ ମହାକାଶକୁ ଛଡାଯିବ। ଏହା ଅନ୍ୟ ଉପଗ୍ରହ ମାନଙ୍କ ସହିତ ପୃଥିବୀ କକ୍ଷ ପଥରେ ଘୁରିବ।

ତେବେ ଏହି ଉପଗ୍ରହ ନିଜ ସହିତ ଦୁଇଟି ଛୋଟ ଉପଗ୍ରହ ମଧ୍ୟ ବହନ କରିବ ବୋଲି ଜଣାପଡିଛି। ଏହି କ୍ଷୁଦ୍ର ଉପଗ୍ରହ ଗୁଡିକ ଆଇଏସଆଇଟି ଛାତ୍ର ମାନଙ୍କ ଦ୍ୱାରା ନିର୍ମିତ କରାଯାଇଛି। ଯାହା ଆଗାମୀ ଦିନରେ ମହାକାଶ ପରୀକ୍ଷରେ ସହାୟକ ହେବାକୁ ଯାଉଛି।