କେରଳରେ ସର୍ବାଧିକ ସକ୍ରିୟ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ଲକ୍ଷ ୨୭ହଜାର ୯୫୨ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ତୁଳନାରେ ପାଖାପାଖି ୧୪ ପ୍ରତିଶତ କମ୍ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ସଂକ୍ରମଣ ହାର ମଧ୍ୟ ୭.୯ ପ୍ରତିଶତ ତଳକୁ ଖସିଯାଇଛି । କିନ୍ତୁ କେରଳରେ ସକ୍ରିୟ ମାମଲା ସର୍ବାଧିକ ରହିଛି । କେରଳ ସମେତ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ସକ୍ରିୟ ମାମଲା ସଂଖ୍ୟା ୧ଲକ୍ଷରୁ ଉର୍‌ଦ୍ଧ୍ୱ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, କେରଳରେ ସର୍ବାଧିକ ୩ଲକ୍ଷ ୭୮ହଜାର ୫୬୪ ସକ୍ରିୟ ମାମଲା ରହିଥିବାବେଳେ ତାମିଲନାଡ଼ୁରେ ୧ଲକ୍ଷ ୭୭ହଜାର ୯୯୯ ରହିଛି । ସେହିପରି କର୍ଣ୍ଣାଟକରେ ୧ଲକ୍ଷ ୭୭ହଜାର ୨୭୬, ଆନ୍ଧ୍ରପ୍ରଦେଶରେ ୧ଲକ୍ଷ ୬୨୨ ଓ ୧ଲକ୍ଷ ୭୭ହଜାର ୧୩୧ ରହିଥିବା ଜଣାପଡ଼ିଛି ।