ବେଙ୍ଗାଲୁରୁରେ ଖୋଲିଲା ଛପନ ଭୋଗ

ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁରେ ଖୋଲିଲା ଭୁବନେଶ୍ୱରର ଜଣାଶୁଣା ମିଷ୍ଟାନ୍ନ ଭଣ୍ଡାର ଶ୍ରୀ ଛପନ ଭୋଗର ଆଉ ଏକ ଆଉଟଲେଟ। ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଏହି ଅବସରରେ ଶ୍ରୀ ଛପନ ଭୋଗର ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀ ଭକ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ବେଙ୍ଗାଲୁରୁ ହ୍ବାଇଟ୍ ଫିଲ୍ଡ ଠାରେ ଥିବା କିଇସ ଲେମୋନ ଟ୍ରି ହୋଟେଲ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ବେଙ୍ଗାଲୁରୁରେ ପ୍ରଥମ ଥର ପାଇଁ ଏହାର ଶାଖାର ଶୁଭାରମ୍ଭ ହୋଇଥିବାବେଳେ ଏହା ମୁଖ୍ୟତଃ ଓଡ଼ିଶାର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଛେନା ପୋଡ଼, ରସଗୋଲା, ରସାବଳୀ, ଛେନା ଗଜା, ଛେନା ଝିଲି ପ୍ରମୁଖ ଓଡ଼ିଆ ମିଠାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଛପନ ଭୋଗର ଡ଼ାଇରେକ୍ଟର ସତ୍ୟ ବ୍ରତ ମହାନ୍ତି। ରସଗୋଲା ହେଉଛି ଓଡ଼ିଶାର ଏହାର ପ୍ରଚାର ପ୍ରସାର ସହିତ ଓଡ଼ିଶାର ରସଗୋଲାକୁ ବାହାର ରାଜ୍ୟରେ ଛପନ ଭୋଗ ପରିଚୟ ସୃଷ୍ଟି କରିବ ବୋଲି ସୂଚନା ଦେଇଥିଲେ ଡ଼. ଅନିତା ସାବତ।

ଏଥିସହିତ ଖୁବଶୀଘ୍ର ମୁମ୍ବାଇ, ପୁଣେ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ହାଇଦ୍ରାବାଦରେ ଏହାର ଅନ୍ୟାନ୍ୟ ଶାଖା ଖୋଲିବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ। ଏହି ସମ୍ମିଳନୀରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ପ୍ରଣବ ପାଣି, ଡକ୍ଟର ମନୋଜ ବଳ, ସଞ୍ଜୀବ ଦାଶ, ଆଦିତ୍ୟ ପାଢ଼ୀ, କୁନି ତାରକା ଲିଟିଲ ଗ୍ଲୋବାଲ କୁଇନ ବିଜେତା ଦିବ୍ୟଶ୍ରୀ ବେହେରା, ସନ୍ତୋଷ ଆଚାର୍ଯ୍ୟ ଏବଂ ଶ୍ରୀ ତେଜସ ପ୍ରମୁଖ ଯୋଗଦେଇ କିଭଳି ଓଡ଼ିଆ ଖାଦ୍ୟ ଓ ମିଠାର ପ୍ରଚାର ପ୍ରସାର ହୋଇପାରିବ ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହ ଛପନ ଭୋଗର ଏଭଳି ପ୍ରୟାସକୁ ଧନ୍ୟବାଦ ଜଣାଇଥିଲେ। ଆଜି ସରସ୍ୱତୀ ପୂଜାରେ ଏହାର ଶୁଭାରମ୍ଭ ହୋଇଛି।