ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଛି। ଏହି ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀର ଗୁଳିରେ ଟିଆରଏଫ୍ର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ଆଇଜିପି (କଶ୍ମୀର)ଙ୍କ କହିବା ଅନୁସାରେ ନିହତ ଆତଙ୍କବାଦୀମାନେ କଶ୍ମୀର ଆତଙ୍କବାଦୀ ସଂଗଠନ ଦ ରେସିଷ୍ଟେଣ୍ଟସ୍ ଫ୍ରଣ୍ଟ (ଟିଆରଏସ୍)ର ସଦସ୍ୟ। ଏହି ଗ୍ରୁପକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ସହଯୋଗ କରିଥାଏ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଠାରୁ ୩ଟି ପିସ୍ତଲ ସମେତ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି।
ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ଇଖଲାକ ହାଜମ। ସେ କିଛି ଦିନ ପୂର୍ବରୁ ଅନନ୍ତନାଗରେ ହୋଇଥିବା ମୁଖ୍ୟ କନଷ୍ଟେବଳ ଅଲି ମହମ୍ମଦ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା। ଗତ ଶନିବାର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ବିଜବେହରାରେ ଅଲୀ ମହମ୍ମଦଙ୍କୁ ତାଙ୍କ ଘରେ ପଶି ଗୁଳିକରିଥିଲେ।