ଆଇପିଏଲ୍ ୨୦୨୨ ପାଇଁ ସ୍ଥିର ହେଲା ଭେନ୍ୟୁ, ଜାଣନ୍ତୁ ଲିଗ୍ ମ୍ୟାଚ୍ କେଉଁଠାରେ ଖେଳାଯିବ

ମୁମ୍ବାଇ,ଏଜେନ୍ସି:  ର ଲିଗ୍ ମ୍ୟାଚ୍ କେବଳ ମହାରାଷ୍ଟ୍ରରେ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଏହି ପ୍ଲେ ଅଫ୍ ମ୍ୟାଚ୍ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରିବ। ବିସିସିଆଇ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୨ ପାଇଁ ସ୍ଥାନ ସ୍ଥିର କରି ନାହିଁ, କିନ୍ତୁ ଏଥର ଆଇପିଏଲ୍ ଭାରତରେ ଖେଳାଯିବାର ସମସ୍ତ ସମ୍ଭାବନା ଅଛି। ଗତ ବର୍ଷ ଆଇପିଏଲ୍‌ର ଅଧା ମ୍ୟାଚ୍ ଭାରତରେ ଖେଳଅଯାଇଥିଲା ବେଳେ ଦେଶରେ କରୋନା ବିସ୍ପୋରଣ କାରଣରୁ ବାକି ଅଧା ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା।

ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ସ୍ପୋର୍ଟସ୍ ଷ୍ଟାରଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଆଇପିଏଲ୍ ୨୦୨୨ ର ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ ମୁମ୍ବାଇ, ନାଭି ମୁମ୍ବାଇ ଏବଂ ପୁଣେରେ ଅନୁଷ୍ଠିତ ହେବ। ପ୍ଲେ ଅଫ୍ ମ୍ୟାଚ୍ ପାଇଁ ଆୟୋଜକ ସହର ଏବଂ ଷ୍ଟାଡିୟମ୍ ପରେ ନିଷ୍ପତ୍ତି ନିଆଯିବ। ତେବେ ଏହି ଦୌଡ଼ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆଗରେ ରହିଛି।

ତେବେ ଯଦି ଭାରତରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ନ ହୁଏ, ବିସିସିଆଇ ପ୍ଲାନ ବିରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ କରିବାକୁ ଚିନ୍ତା କରୁଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଆଇପିଏଲର ଗୋଟିଏ ଋତୁ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ମଧ୍ୟ ଆଇପିଏଲ୍ ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି। ଏହା ବାଦ୍ ୟୁଏଇରେ ମଧ୍ୟ ମ୍ୟାଚ୍ କରିବାକୁ ବିସିସିଆଇ ଯୋଜନା କରୁଛି।