ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ନାମ ଘୋଷଣା କରିନାହିଁ । କିନ୍ତୁ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫେବୃଆରୀ ୬ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଏକ ଭିଡିଓ ଟ୍ୱିଟ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି ।
ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି ଯେ, ଲୋକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଅଛନ୍ତି ।
ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ନେତା କିମ୍ବା ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର ଯାହାଙ୍କୁ ଜନତା କୌଣସି ସମୟରେ ଭେଟିପାରିବେ । ଲୋକେ ସିଏମଙ୍କ ପାଇଁ ନୁହେଁ କିନ୍ତୁ ସିଏମ ଲୋକଙ୍କ ପାଇଁ ଅଛନ୍ତି । ମୁଁ ଏହା ଏକ ଟ୍ରେଣ୍ଡ ସେଟ କରୁଛି ।