ହାର୍ଟ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁନୀଲ ଗ୍ରୋବର

ମୁମ୍ବାଇ: ଅଭିନେତା ସୁନୀଲ ଗ୍ରୋବରଙ୍କୁ ଆଜି ମୁମ୍ବାଇର ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟରୁ ଡିସଚାର୍ଜ କରି ଦିଆଯାଇଛି। ହୃଦଘାତ ଯୋଗୁ ତାଙ୍କୁ ସପ୍ତାହେ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଞ୍ଜିଓଗ୍ରାଫୀ କରିବା ପରେ ହାର୍ଟରେ ୩ଟି ଛେଦ୍ର ଥିବାବେଳେ ସର୍ଜରୀ କରିବାର ଆବଶ୍ୟକତା ଥିବା ଜଣାପଡ଼ିଥିଲା ।

ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ ହସ୍ପିଟାଲର ମେଡିକାଲ ମୁଖ୍ୟ ଡା.ବିଜୟ ଡିସିଲ୍ଭା କହିଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୁନୀଲ ଗ୍ରୋଭର କରୋନା ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ତାଙ୍କୁ ଉଭୟ ପ୍ରକାର ଔଷଧ ଦିଆଯାଉଥିଲା । ଏବେ ତାଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଡାକ୍ତର ପରାମର୍ଶ ଦେଇଥିବା ଏକ୍ସରସାଇଜ କରିବାକୁ ପଡ଼ିବ । ସମୟ ସମୟରେ ହସ୍ପିଟାଲ ଆସି ଚେକଅପ୍ କରିବାକୁ ପଡ଼ିବ । ପାଖାପାଖି ୧୫ ଦିନ ପରେ ଫିଲ୍ମ ସୁଟିଂ ଓ ଅନ୍ୟାନ୍ୟ କାମ କରିପାରିବେ । କିନ୍ତୁ ବିଶ୍ରାମ କରିବା ସହ ତାଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ।