ସୁରତ,ଏଜେନ୍ସି: ଗୁଜରାଟର ସୁରତ୍ ଦେଇ ପ୍ରବାହିତ ହେଉଥିବା ଏକ ନଦୀର ପାଣି ବିଷାକ୍ତ ହୋଇଛି। କୀମ୍ ନଦୀର ଜଳ ବିଷାକ୍ତ ହେବା ଫଳରେ ଅସଂଖ୍ୟ ମାଛ ମାନଙ୍କର ମୃତ୍ୟୁ ହୋଇ ଭାସୁଛି। ମୃତ ମାଛ ମାନଙ୍କୁ ଦେଖିବା ପାଇଁ ନଦୀ କୂଳିଆ ଗାଁର ଲୋକମାନେ ଭିଡ ଲଗାଉଛନ୍ତି। ମୃତ ମାଛ ଗୁଡ଼ିକୁ ଏକତ୍ର କରି ନଦୀ ଜଳ ସଫା କରିବାରେ କିଛି ଲୋକ ବ୍ୟସ୍ତ ରହୁଛନ୍ତି।
ସୁରତର କୀମ ନଦୀ ପ୍ରଦୂଷିତ ହୋଇଛି। ଏଠାକାର ନଦୀର ଜଳ ବିଷାକ୍ତ ପାଲଟିଛି। ଫଳରେ ନଦୀରେ ଥିବା ମାଛ ଗୁଡ଼ିକର ମୃତ୍ୟୁ ହୋଇଛି। ଏହି ନଦୀରେ ପ୍ରଥମ ଥର ଏତେ ସଂଖ୍ୟାରେ ମାଛମାନଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକେ ମାଛ ଗୁଡ଼ିକର ମୃତ୍ୟୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।
ସୁରତ କୀମ ଅଞ୍ଚଳରେ ଅନେକ ଗୁଡ଼ିଏ ରସାୟନିକ କାରଖାନା ରହିଛି। ଏହି କାରଖାନା ଗୁଡ଼ିକରୁ ଆବର୍ଜନା ଜଳ ନଦୀରେ ପ୍ରବାହିତ ହେଉଛି, ଯେଉଁଥି ପାଇଁ ନଦୀର ଜଳ ଦୂଷିତ ହେଉଛି ଏବଂ ମାଛ ମାନଙ୍କର ମୃତ୍ୟୁ ହୋଇଛି। ଗାଁ ଲୋକେମାନେ ମୃତ ମାଛଗୁଡ଼ିକୁ ପାଣିରୁ ବାହାର କରୁଛନ୍ତି।