ନକଲି କରୋନା ଟିକା ଏବଂ ପ୍ରଚୁର ପରିମାଣର କିଟ୍ ଜବତ,୫ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ୍

ବାରାଣାସୀ,ଏଜେନ୍ସି: ସାରା ଦେଶରେ କରୋନାର ଭୟ ବଢି ବଢି ଚାଲୁଥିବା ବେଳେ ଏପରି ସ୍ଥିତିରେ ଗୋଟିଏ ମାତ୍ର କବଚ ସାଜିଛି ତାହା ହେଲା କରୋନା ଟିକା। ବର୍ତ୍ତମାନ ପରିସ୍ଥିତିରେ କୋଟ କୋଟି ଲୋକ ଏହା ଦ୍ୱାରା ଉପକୃତ ହେଉଥିବା ବେଳେ ବାରାଣୀସୀରେ ନକଲି କରୋନା ଭ୍ୟାକ୍ସିନ୍ ସହ ଟେଷ୍ଟିଂ କିଟ୍ ମଧ୍ୟ ଜବତ କରାଯାଇଛି।

ବାରାଣାସୀର ଲଙ୍କା ଅଚଂଳର ରୋହିତ ନଗରରେ ଏପରି ଘଟଣା ଘଟିଥିବା ବେଳେ ଚଢାଉ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଯାହାଫଳରେ ପ୍ରଚୁର ପରିମାଣର ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍ ଜବତ କରାଯାଇଛି।

ଏହି ମାମଲାରେ ଏସଟିଏଫ ୫ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁ ହେଉଛି ରାକେଶ ଥାୱାନି, ସନ୍ଦୀପ ଶର୍ମା, ଲକ୍ଷ୍ମୀ ଜାୱା, ଶ୍ୟାମଶର ଏବଂ ଅରୁଣେଶ ବିଶ୍ୱକର୍ମା।

ଜବତ ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ପ୍ରାୟ ୪ କୋଟି ହେବ ଏବଂ ଏହି ଗ୍ୟାଙ୍ଗର ନେଟୱାର୍କ ଅନେକ ବଡ଼ ବଡ଼ ଦେଶ ପର୍ଯ୍ୟନ୍ତ ଲମ୍ବିଛି।