ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର କ୍ରିକେଟକୁ ଏକ ବଡ଼ ସଫଳତା ମିଳିଛି । ଆଇପିଏଲ୍ ୨୦୨୨ ଖେଳାଳିଙ୍କ ମେଗା ନିଲାମ ପାଇଁ ଜମ୍ମୁ-କଶ୍ମୀରରୁ ୧୧ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ଫେବୃଆରୀରେ ହେବ । ଆଉ ଏଥିରେ ୫୯୦ଜଣ ସାମିଲ ହେବେ ।
ସୂଚନାଯୋଗ୍ୟ, ସମଗ୍ର ଦୁନିଆରୁ ପାଖାପାଖି ୧୨୧୪ଜଣ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଫ୍ରାଞ୍ଚାଇଜିର ରୁଚି ଆଧାରରେ ୫୯୦ ଜଣ ଖେଳାଳିଙ୍କୁ ନିଲାମ ପାଇଁ ଚୟନ କରାଯାଇଛି । ୫୯୦ଜଣ ଖେଳାଳିଙ୍କ ମଧ୍ୟରୁ ୨୨୮ଜଣ ଅନ୍ତରାଷ୍ଟ୍ରୀୟ ଖେଳାଳି ରହିଛନ୍ତି ।