ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ମଙ୍ଗଳବାର କହିଛନ୍ତି ଯେ, ୧୦ ସପ୍ତାହ ପୂର୍ବରୁ କରୋନା ଭାଇରସ୍ର ଓମିକ୍ରନ୍ ଭାରିଆଣ୍ଟ (କୋଭିଡ-୧୯ ଓମିକ୍ରନ୍ ଲକ୍ଷଣ) ଦେଖାଯାଇଥିଲା। ସେହିଦିନ ଠାରୁ ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ୨୦୨୦ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ଅଧିକ। ସୂଚନାଯୋଗ୍ୟ କରୋନା ସଂକ୍ରମଣ ୨୦୧୯ ମସିହା ଡିସେମ୍ବର ମାସରେ ଚୀନର ଉହାନ ସହରରେ ପ୍ରଥମେ ଦେଖାଯାଇଥିଲା। କିନ୍ତୁ କରୋନାର ମୂଳ ପ୍ରଭାବ ୨୦୨୦ରେ ଜଣାପଡ଼ିଥିଲା। ୨୦୨୧ ମସିହାରେ ସର୍ବାଧିକ କ୍ଷତି ପହଞ୍ଚାଇଥିଲା।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧାନୋମ୍ କହିଛନ୍ତି ଯେ, ଓମିକ୍ରନ୍, ସଂକ୍ରମଣର ଅନ୍ୟ ପ୍ରାରୂପ ସେତେ ଘାତକ ନୁହେଁ, କିନ୍ତୁ ଏଥିରୁ ବର୍ତ୍ତି ରହିବା ଦରକାର। ସେ କହିଛନ୍ତି ଯେ, ବିଶ୍ୱବ୍ୟାପି ଅଧିକାଂଶ ଦେଶରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଖବର ଆସୁଛି। ସର୍ସ-କୋଭ-୨ ସଂକ୍ରମଣର ଓମିକ୍ରନ୍ ଭାରିଆଣ୍ଟ ଏକ ସବ ଭାରିଆଣ୍ଟ ଏହାର ମୂଳ ସ୍ୱରୂପ ଅଧିକ ବ୍ୟାପୁଛି। ଡେନମାର୍କରେ ହୋଇଥିବା ଏକ ନୂଆ ଗବେଷଣାରେ ଜଣାପଡ଼ିଛି ଯେ, ଏହି ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି।