ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ଆସନ୍ତୁ ଜାଣିବା କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ପରେ କିଛି ଜିନିଷ ଶସ୍ତା ହୋଇଥିବାବେଳେ ଆଉ କିଛି ମହଙ୍ଗା ହୋଇଛି । ଏଥିରେ ଔଷଧ, କେମିକାଲ, କପଡ଼ା, ଚମଡ଼ା, ହୀରା ଗହଣା, ରତ୍ନ ପଥର, ଷ୍ଟିଲ, ଇଲେକ୍ରେ୍ଟାନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ, କୃଷି ଉପକରଣ, ବିଦ୍ୟୁତ ଟ୍ରାନ୍ସଫର୍ମର ଓ ମେଡିକାଲ ଉପକରଣ ଶସ୍ତା ହୋଇଛି । ଅନ୍ୟପଟେ ଛତା, ଇମ୍ପର୍ଟେଡ ସାମଗ୍ରୀ ଓ ଇମିଟେସନ ଗହଣା ମହଙ୍ଗା ହୋଇଥିବା ଜଣାପଡ଼ିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଏହି କ୍ରମରେ ୧୩୦ ଲକ୍ଷ ଏମଏସଏମଇକୁ ଅତିରିକ୍ତ କରଜ ଦିଆଯିବ । ଡିଜିଟାଲ ୟୁନିଭର୍ସିଟି ସ୍ଥାପିତ କରାଯିବ । ଡାକଘରେ ଏଟିଏମ ସୁବିଧା କରାଯିବ । ଡାକଘରେ ମଧ୍ୟ ଅନଲାଇନ ଟ୍ରାନ୍ସଫର ହୋଇପାରିବ । ଆସନ୍ତା ୩ ବର୍ଷରେ ୪୦୦ ନୂଆ ପିଢ଼ିର ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ୨୦୨୨ରେ ୫ଜି ସର୍ଭିସ ଆରମ୍ଭ ହେବ । ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ପହଂଚିବ ।