ବାଲିଗୁଡା,ଏନ୍ଏନ୍ଏସ୍: ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଯୁକ୍ତଦୁଇ ବିଦ୍ୟାର୍ଥୀ ଚଳିତ ବର୍ଷ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ କରିବା ଦାବିରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମଧ୍ୟରେ ଏକ ବର୍ଷର ପାଠ୍ୟଖସଡା ମାତ୍ର ୩ ମାସରେ ପାଠ୍ୟକ୍ରମର ମାତ୍ର ୫୦ ଶତକଡ଼ା ପାଠ ପଢ଼ାଯାଇଛି, ଯାହାଫଳରେ ବିଦ୍ୟାର୍ଥୀ ସବୁ ପାଠପଢିବାରେ ଓ ବୁଝିବାରେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି।
ଆଭାସି ମାଧ୍ୟମରେ ସବୁ ବିଷୟରେ ପାଠପଢାଯାଇ ନାହିଁ ଓ ଆମ ଅଞ୍ଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ନେଟୱାର୍କ ନାହିଁ। ତେଣୁ ଆଭାସି ପାଠପଢା ଠିକରେ ହୋଇପାରୁନାହିଁ। ଏହି ସବୁ ବିଷୟକୁ ଅନୁଧ୍ୟାନ କଲେ ଆମେ ପାଠପଢି ନାହୁଁ ତେବେ ପରୀକ୍ଷା ଦେବୁ କିପରି। ପରୀକ୍ଷା ଦେବା ଅତି ଜଟିଳ ପରିସ୍ଥିତି ସୃଷ୍ଟି କରିବ ବୋଲି ବିକ୍ଷୋଭରେ ବିଦ୍ୟାର୍ଥୀ କହିଛନ୍ତି ଓ ଦାବି କରିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଉ।
ଆମର ହୋଇଥିବା କ୍ୱାର୍ଟର ପରୀକ୍ଷା ମାର୍କ ଦେଖି ଆମକୁ ମାର୍କ ଦିଆଯାଉ। ଆମର ଦାବି ସରକାର ଗ୍ରହଣ ନକଲେ ଆସନ୍ତା ଫେବୃଆରୀ ୩ ତାରିଖରେ ଓଡିଶା ବନ୍ଦ କରିବାର ଓଡିଶା ଛାତ୍ର ସଂଘ ନିଷ୍ପତି ନେଇଥିବା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।