ଆଫଗାନିସ୍ତାନକୁ ୩ ଟନ୍ ଜୀବନ ରକ୍ଷକ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତ ଲଗାତାର ଭାବେ ମାନବୀୟ ସହାୟତା ପ୍ରଦାନ କରୁଛି । ଏହି କ୍ରମରେ ଆଫଗାନିସ୍ତାନକୁ ଭାରତ ୩ ଟନ୍ ଜୀବନ ରକ୍ଷକ ଔଷଧର ଚତୁର୍ଥ ବ୍ୟାଚ ପଠାଇଛି । ଏହି ଚିକିତ୍ସା ସହାୟତା କାବୁଲର ଇନ୍ଦିରା ଗାନ୍ଧୀ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି । ଏନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଚିକିତ୍ସା ସହାୟତା ରୂପେ ପୂର୍ବରୁ ହିଁ ୩ ବ୍ୟାଚ ପ୍ରଦାନ କରିଛି । ଏଥିରେ କରୋନା ଭ୍ୟାକ୍ସିନର ୫ ଲକ୍ଷ କରୋନା ଡୋଜ୍ ଓ ଆବଶ୍ୟକ ଜୀବନ ରକ୍ଷକ ଔଷଧ ସାମିଲ ରହିଛି ।