ହରିୟାଣାରେ ଫେବୃଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ହରିୟାଣା ସରକାର କରୋନା କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ଫେବୃଆର ୧ରୁ ଦଶମରୁ ଉପର ଶ୍ରେଣୀ ପାଇଁ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଛାତ୍ରଛାତ୍ରୀ ଅତି କମରେ ଗୋଟିଏ ଡୋଜ୍ ନେଇଥିଲେ ସ୍କୁଲ କିମ୍ବା କଲେଜରେ ପ୍ରବେଶ କରିବାକୁ ଅନୁମତି ମିଳିବ । ୫୦ ପ୍ରତିଶତ କ୍ଷମତା ସହ ସମସ୍ତ ସିନେମା ହଲ୍‌, ଥିଏଟର ଓ ମଲ୍ଟୀପ୍ଲେକ୍ସ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଆବଶ୍ୟକ ସାମାଜିକ ଦୂରତା, ସଫାସୁତୁରା ଓ କରୋନା ସହ ଜଡ଼ିତ ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ହରିୟାଣାରେ ଶୁକ୍ରବାର ୪,୬୩୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଏଥିରେ ୩୦୭ ଓମିକ୍ରନ୍ ମାମଲା ସାମିଲ ରହିଛି । ଏଥିସହିତ ବର୍ତ୍ତମାନ ସୁଦ୍ଧା ୩୧ହଜାର ୯୮୮ ସକ୍ରିୟ ମାମଲା ରହିଥିବା ଜଣାପଡ଼ିଛି ।