ଜାନୁଆରୀ ୩୧ରେ ୟୁପିରେ ଭର୍ଚ୍ଚୁଆଲ ରାଲି କରିବେ ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁବେଠାରେ ବଡ଼ ଆକାରର ଭର୍ଚ୍ଚୁଆଲ ରାଲି କରିବେ । ରାଲି ପାଇଁ ୟୁପିର ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ାଯିବ । ଏହି ସମୟରେ ମୋଦୀ ସୁବେ ବୁଥ ଅଧ୍ୟକ୍ଷ ଓ ପନ୍ନା ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ଏବଂ ବିଜୟ ମନ୍ତ୍ର ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଉକ୍ତ ରାଲି ପାଇଁ ବିଜେପି ପ୍ରତିଟି ମଣ୍ଡଳରେ ଏଲଇଡି ସ୍କ୍ରୀନ ଲଗାଇବ । ଏହି ଏଲଇଡି ସ୍କ୍ରୀନ ମାଧ୍ୟମରେ ୫୦୦ ଲୋକଙ୍କୁ ଯୋଡ଼ାଯିବ । ଏଥିସହିତ ୟୁପିର ୨୧ ବିଧାନସଭା କ୍ଷେତ୍ରକୁ କଭର କରାଯିବ ।