ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀଏସ ୟେଦୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ଶବ ବାଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଆତ୍ମହତ୍ୟା କିମ୍ବା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ବୋରିଙ୍ଗ ଓ ଲେଡି କର୍ଜନ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ନେଇ ୟେଦୟୁରପ୍ପା କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ବୟାନରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୌନ୍ଦର୍ଯ୍ୟାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୌନ୍ଦର୍ଯ୍ୟାଙ୍କ ବୟସ ୩୦ ହୋଇଥିବା ବେଳେ ପେଶାରେ ଡାକ୍ତର । ସୌନ୍ଦର୍ଯ୍ୟାଙ୍କ ବିବାହ ୨୦୧୯ରେ ଡା.ନୀରଜଙ୍କ ସହ ହୋଇଥିବାବେଳେ ତାଙ୍କର ୪ ବର୍ଷର ଏକ ଶିଶୁ ରହିଛି । ଗର୍ଭାବସ୍ଥା ପରେ ସୌନ୍ଦର୍ଯ୍ୟାଙ୍କଠାରେ ଚିନ୍ତାର ଲକ୍ଷଣ ଦେଖିବାକୁ ମିଳିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।