ଭାରତ ବାୟୋଟେକର ‘ଇନଟ୍ରାନାସାଲ ବୁଷ୍ଟର ଡୋଜ’କୁ ମିଳିଲା ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: କରୋନା ଓ ଓମିକ୍ରନର ବଢ଼ୁଥିବା ସଂକ୍ରମଣ ବିରୋଧରେ ଏକ ନୂଆ ଅଭିଯାନ ଆରମ୍ଭ ହୋଇଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇନଟ୍ରାନାସାଲ ବୁଷ୍ଟର ଡୋଜ୍ ଟ୍ରାଏଲ ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡୀସୀଜିଆଇ) ଅନୁମତି ପ୍ରଦାନ କରିଛି । ଟ୍ରାଏଲ ୯ଟି ଭିନ୍ନ ଭିନ୍ନ ସ୍ଥାନରେ ହେବ । ଏହି ଭ୍ୟାକ୍ସିନର ସବୁଠୁ ଅଧିକ ଲାଭ ପିଲାଙ୍କୁ ମିଳିବ । କାରଣ ଭ୍ୟାକ୍ସିନ ନେବା ପାଇଁ ଆଉ ଇଞ୍ଜେକ୍ସନକୁ ଡରିବାକୁ ପଡ଼ିବନି ।

ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ ଦେଶରେ ଖୁବଶୀଘ୍ର କରୋନା ନାସାଲ ଭ୍ୟାକ୍ସିନର ବ୍ୟବହାର କରାଯିବ ବୋଲି କହିଥିଲେ ।