ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀସ୍ଥିତ ସ୍ଥାନୀୟ ପୋଖରୀ କୂଳରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି । ହେଲେ ବ୍ୟକ୍ତିର ପରିଚୟ ମିଳି ନ ଥିବାବେଳେ ଘଟଣା ସମ୍ପର୍କରେ ସଇଁନ୍ତଲା ପୁଲିସ ତଦନ୍ତ ଜାରି ରଖିଛି ।