କଟକ,ଏନ୍ଏନ୍ଏସ୍: ଗ୍ରୀନ୍ କରିଡରରେ ଏୟାର ଲିଫ୍ଟ ହେଲେ ଆଉ ଜଣେ ରୋଗୀ । ରୋଗୀ ଜଣକ ହେଉଛନ୍ତି ଇନ୍ଦ୍ରମଣୀ ପାଣି । ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ବୋଲି ଜଣାପଡ଼ିଛି ।
ତେବେ ଆଜି ସକାଳ ସମୟରେ ଉକ୍ତ ରୋଗୀଙ୍କୁ କଟକ ଏସସିବିରୁ ଭୁବନେଶ୍ବର ବିମାନବନ୍ଦର ଯାଏଁ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ଏୟାରଲିଫ୍ଟ କରି ରୋଗୀ ଇନ୍ଦ୍ରମଣୀ ପାଣିଙ୍କୁ ସୁରଟ ନିଆଯାଇଥିବା ସୂଚନା ମିଳିଛି ।
ପୁର୍ବରୁ ମଧ୍ୟ ଅନେକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଗ୍ରୀନ୍ କରିଡରରେ ଏୟାର ଲିଫ୍ଟ କରାଯାଇଥିଲା । ଆଜି ସକାଳେ ଏହି ଗ୍ରୀନ୍ କରିଡ଼ର ସମୟରେ ପୋଲିସ୍ କମିଶନର ଙ୍କ ପକ୍ଷରୁ ବ୍ୟାପକ ବସ୍ତୋବସ୍ତ କରାଯାଇଥିଲା ।