ସୋର,ଏନ୍ଏନ୍ଏସ୍: ଟ୍ରକ ଧକ୍କାରେ ଓଲଟିଲା ବସ୍ । ସୋର ବିଦୁ ଛକରେ ଟ୍ରକ ଧକ୍କାରେ ବସ ଓଲଟିଲା । ବସରେ ଥିବା ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହିତ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବାପା, ମା, ଗୋଟିଏ ଛୁଆ ରହିଥିବା ସୂଚନା ମିଳିଛି ।
କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ବସ୍ଟି ଓଲଟି ପଡିଥିଲା । ତେବେ ଶାନ୍ତିଲତା ନାମକ ବସ୍ଟି ଉଦଳାରୁ ଭୁବନେଶ୍ୱର ଆସୁଥୁବା ବେଳେ ସୋର ବିଦୁ ଛକ ନିକଟରେ ଓଲଟି ପଡିଥିଲା । ବିଦୁ ଛକରେ ଯାତ୍ରୀ ଓହ୍ଲାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା ।
ଧକ୍କା ହେବା ପରେ ଉଭୟ ବସ୍ ଓ ଟ୍ରକ ଓଲଟି ପଡିଥିଲେ । ଟ୍ରକଟି ରାସ୍ତା ଉପରେ ଓ ବସ୍ଟି ରାସ୍ତା କଡ ଖାଲକୁ ଓଲଟି ପଡିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ।