କଟକ,ଏନ୍ଏନ୍ଏସ୍: କଟକରେ ବର୍ତ୍ତମାନ ଖୋଜା ପଡ଼ିଛି ଅସଲି ଜିନିଷ । କାରଣ ପ୍ରତିଥର ନକଲି ଜିନିଷ ଠାବ ହୋଇ କଟକ ବର୍ତ୍ତମାନ ନକଲି ଜିନିଷର ହବ୍ ପାଲଟି ଯାଇଛି ।
ପୁଣି ଆଜି ଜଗତପୁର ଅଚଂଳରେ ଅପମିଶ୍ରିତ ମସଲା କାରଖାନା ଠାବ ହୋଇଛି । ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ କାରଖାନା ଠାବ ହୋଇଛି । ଜଗତପୁର ପୋଲିସ୍ର ଚଢାଉ ପରେ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ଠାବ ହୋଇଛି ।
ସୁଚନା ଅନୁସାରେ ପୁର୍ବରୁ ମଧ୍ୟ ସସ୍,କେକ୍,ମିକ୍ସଚର, ଏପରି କି କେଏଫସି ରୁ ମଧ୍ୟ ଅନେକ ନକଲି ଜିନିଷ ତଥା ବାସି ଜିନିଷ ମିଳିଥିଲା ।