ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱର ପ୍ରସିଦ୍ଧ ପତ୍ରିକା ଫୋବର୍ସ ତା’ର ୧୦୦ ଜଣିଆ ଶ୍ରେଷ୍ଠ ପିପୁଲ୍ସ ମ୍ୟାନେଜର ତାଲିକା ପ୍ରକାଶ କରିଛି। ପ୍ରକାଶିତ ତାଲିକାରେ ଓଡ଼ିଶାର ଗୋବିନ୍ଦ ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଦେଶର ୨୮ଟି ରାଜ୍ୟ ତଥା ଓଡ଼ିଶାର ସମସ୍ତ ବ୍ଲକରେ ସାଧାରଣ ମହିଳା ଓ ଜନତାଙ୍କ ଆର୍ଥିକ ସ୍ଥିତି ସୁଧାରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସର ପରିଚାଳନା ନିର୍ଦେଶକ ଗୋବିନ୍ଦ ପଟ୍ଟନାୟକ ଓ ନିର୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତ।
