ଯୁବତୀଙ୍କୁ ଧର୍ଷଣ ଅଭିଯୋଗ : ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି, ଏନ ଏନ ଏସ, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମେରାମହା ଗ୍ରାମର ଏକ ଯୁବତୀଙ୍କୁ ଉକ୍ତ ଗ୍ରାମର ପଞ୍ଚୁ ସାହୁଙ୍କ ପୁଅ ପରମେଶ୍ୱର ସାହୁ(୨୨) ଯୁବତୀ ଘରେ ଏକାକୀ ରହିଥିବାର ସୁଯୋଗ ନେଇ ଗତ ୧୪.୦୯.୨୦୧୯ ତାରିଖ ଦିନରେ ଧର୍ଷଣ କରିଥିଲା । ଘରକୁ ବାପା ମା’ ଫେରିବା ପରେ ଯୁବତୀ ବାପା ମା’ଙ୍କୁ ସବୁ ବିଷୟରେ କହିଥିଲେ ।

ଏହାପରେ ଯୁବତୀର ବାପା ଯୁବକ ପରମେଶ୍ୱର ପରିବାରଙ୍କୁ ଗ୍ରାମ୍ୟ କମିଟିରେ ଡାକି ଘଟଣା ସମ୍ପର୍କରେ ପଚାରିବା ପାଇଁ ବୈଠକ କରିଥିଲେ । ହେଲେ ଯୁବକ କି ତାର ପରିବାର କେହି ସଦସ୍ୟ ବୈଠକକୁ ଆସିନଥିଲେ । ଏହାପରେ ଯୁବତୀଙ୍କ ବାପା ବାଧ୍ୟହୋଇ ଗାଁର କମିଟିଙ୍କ ପରାମର୍ଶ କ୍ରମେ ଝିଅକୁ ନ୍ୟାୟ ଦେବାପାଇଁ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋମବାର ଲିଖିତ ଅଭିଯୋଗ ମାମାଲା ରୁଜୁ କରି ପରମେଶ୍ୱର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହାର ତଦନ୍ତ ଅଧିକାରୀ ଭାବେ ଏସ୍ ଆଇ ସଂଗ୍ରାମ କେଶରୀ ଜେନା ରହିଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ପ୍ରକାଶ କରିଛନ୍ତି