ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ ଓ ଏଆରଆଇ। ଏପରି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁରରେ।
ମାତ୍ର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ୍ କାବୁ କରିଛି ଭିଜିଲାନ୍ସ ଟିମ୍। ସୁଚନା ଅନୁସାରେ ସେହି ଗ୍ରାମରେ ବାସ କରୁଥିବା ଶାନ୍ତନୁ ସାଣ୍ଡଙ୍କ ମୃତ ବାପାଙ୍କ ଏକ ଲିଗାଲ ହେୟାର ସାର୍ଟିଫିକେଟ କରାଇ ଦେବା ପାଇଁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ଜସ୍ମିତା।
ଲାଞ୍ଚ ଟଙ୍କା ଏଆରଆଇ ଚିଂକିରାଣୀ ନାଏକ ଙ୍କ ଯୋଗେ ଆରଆଇ ଜସ୍ମିତାଙ୍କ ପାଖକୁ ଯିବାର ଥିଲା ହେଲେ ହଠାତ୍ ଏହି ଖବର ଜାଣି ଆରଆଇଙ୍କୁ ଧରିଥିଲେ। ପରେ ସମସ୍ତ ପ୍ରକାର ତଥ୍ୟ ହାସଲ କରିବା ପରେ ମୁଖ୍ୟ ଅଭିଯୁକ୍ତ ଆରଆଇ ଜସ୍ମିତା ଙ୍କୁ ଧରିବାରେ ସକ୍ଷମ ହୋଇଛି । ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ ଏପରି କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ହୋଇଥିଲା ।