ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଚିଠି ଲେଖାଯାଇଛି। ଏଥିରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ସେଥିପାଇଁ ସତର୍କ ରହିବାକୁ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ଲହରୀରେ ୨୦-ରୁ ୨୩ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା ବର୍ତ୍ତମାନ ୫ରୁ ୧୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି। କିନ୍ତୁ ସ୍ଥିତି କେଉଁ ସମୟରେ ବି ବଦଳିପାରେ ସେଥିପାଇଁ ପ୍ରସ୍ତୁତ ରହିବା ନିହାତି ଦରକାର ବୋଲି ରାଜ୍ୟକୁ କେନ୍ଦ୍ର କହିଛି।
କେନ୍ଦ୍ର ରାଜ୍ୟକୁ ଆହୁରି କହିଛି ଯେ, ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ହସ୍ପିଟାଲରେ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସଂଖ୍ୟା, ଆଇସୋଲୋସନରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା, ଅକ୍ସିଜେନ ଓ ଆଇସିୟୁ ବେଡ ଓ ଭେଣ୍ଟିଲେଟର ମାମଲାର ସ୍ଥିତି ଉପରେ ଦୈନିକ ଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟ ସୁବିଧା ପାଇଁ ଉଚିତ ମୂଲ୍ୟ ନିଆଯିବା ଉପରେ ଦୃଷ୍ଟି ଦିଆଯାଉ। କୋଭିଡ କେୟାର ସେଣ୍ଟରରେ ଯେଉଁଠି ଅକ୍ସିଜେନ ବେଡର ଆବଶ୍ୟକତା ଅଛି ସେଠାରେ ତାହା ଉପଲବ୍ଧ କରାଯାଉ।