ନୂଆଦିଲ୍ଲୀ: ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଆଜି ମାଲବିକା ସୁଦଙ୍କ ଘରେ ପହଂଚି ତାଙ୍କୁ କଂଗ୍ରେସର ସଦସ୍ୟତା ପ୍ରଦାନ କରିଥିଲେ। ଏହି ସମୟରେ ସୋନୁ ସୁଦ ମଧ୍ୟ ଘରେ ଉପସ୍ଥିତ ଥିଲେ।
କଂଗ୍ରେସରେ ଯୋଗ ଦେବା ପରେ ମାଲବିକା ସୁଦ କହିଛନ୍ତି ଯେ, ବିଗତ ଦିନରେ ଚନ୍ନୀ ସାହେବଙ୍କ ଫଇସଲା ଯୋଗୁ ପୁରା ପଞ୍ଜାବରେ ତାଙ୍କ ପ୍ରଶଂସା ହେଉଛି। କଂଗ୍ରେସ ପାର୍ଟି ବେଶ୍ ପୁରୁଣା। ଆମେ ସମସ୍ତେ ମିଶି କଂଗ୍ରେସକୁ ଶୀର୍ଷରେ ପହଞ୍ଚାଇବୁ।
ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ଫେଜରେ ଭୋଟିଂ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ଆସିବ। ମାଲବିକା ସୁଦ ପଞ୍ଜାବର ମୋଗାରୁ ନିର୍ବାଚନ ଲଢ଼ିବେ।