ମୋଦୀଙ୍କ ସୁରକ୍ଷା ଅବହେଳା: ଆସିଲା ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ଅବହେଳା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ଶୁଣାଣି ସମୟରେ ରିଟାୟର୍ଡ ଜଜଙ୍କ ନେତୃତ୍ୱରେ ଯାଞ୍ଚ କିମଟି ଗଠନ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଉକ୍ତ ଘଟଣାର ନିରପେକ୍ଷ ଯାଞ୍ଚ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଭାରତର ମୁଖ୍ୟ ବିଚାରପତି ଏନବୀ ରମନ୍ନାଙ୍କ ନେତୃତ୍ୱରେ ୩ ଜଜଙ୍କ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି।

ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟଙ୍କୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମିତିର କାର୍ଯ୍ୟକାଳ ଅଟକିବା ପୂର୍ବରୁ ପଞ୍ଜାବ ଡିଜି ଓ ରାଜ୍ୟ ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲ। କିନ୍ତୁ ନିଯୁକ୍ତି ସମିତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷ ଶୁଣାଯାଉନଥିବା ପଞ୍ଜାବ ଏଜି କହିଛନ୍ତି। ଏଜି କହିଛନ୍ତି ଯେ, ରାଜ୍ୟର ଅଧିକାରୀଙ୍କୁ ୭ଟି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି କିନ୍ତୁ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇନି। ଦୟାକରି ଏକ ସ୍ୱତନ୍ତ୍ର ସମିତି ନିଯୁକ୍ତ କରନ୍ତୁ।