ବଜେଟ ୨୦୨୨-୨୩: ଓଡିଶା ପାଇଁ ୯,୭୩୪ କୋଟିର ରେଳ ବଜେଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗତକାଲି ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପିତ ହୋଇଛି। ଏଥିରେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ଓଡିଶା ପାଇଁ ୯,୭୩୪ କୋଟି ଟଙ୍କାର ରେଳ ବଟେଜ ରହିଛି। ଏନେଇ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି।

  • ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି

  • ଅନୁଗୋଳ-ସୁକିନ୍ଦା ରେଳ ଲାଇନ ପାଇଁ ପାଇଁ ୪୭୫ କୋଟି

  • ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି

  • ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି

  • ଜୟପୁର-ମାଲକାନଗିର ରେଳ ଲାଇନ ପାଇଁ ୧୩.୮ କୋଟି

  • ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୮୧ କୋଟି

  • ନୂଆପଡା-ଗୁଣପୁର-ଥେରୁବାଲି ରେଳ ଲାଇନ ପାଇଁ ୧୦ କୋଟି

  • ଖୋର୍ଦ୍ଧା-ବାରଙ୍ଗ ରେଳଲାଇନ ପାଇଁ ୧୬୪ କୋଟି

  • ସମ୍ବଲପୁର-ଟିଟଲାଗଡ ରେଳଲାଇନ ପାଇଁ ୭୯.୫ କୋଟି

  • ବାଂଶପାଣି-ଦୈତାରୀ-ତୋମକା-ଜଖାପୁର ରେଳଲାଇନ ପାଇଁ ୩୦୦ କୋଟି

  • ସମ୍ବଲପୁର ତାଳତେଲ ରେଳ ଲାଇନ ପାଇଁ ୧୭୨ .୫ କୋଟି