ବରଗଡ଼ରୁ ୯୭ କରୋନାରେ ସଂକ୍ରମିତ: ୧୧ରୁ ୧୩ ୟୁକୋ ବ୍ୟାଙ୍କ ସଟଡାଉନ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୩୩୬ ଜଣ ସୁସ୍ଥ ହୋଇଛନ୍ତି, ୯ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୬୯୪ ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ଚିହ୍ନଟ ହୋଇଥିବା ୯୭ ଜଣଙ୍କ ମଧ୍ୟରୁ ବରଗଡ଼ ପୌରାଚଂଳରୁ ସର୍ବାଧିକ ୫୦ ଜଣ ପଜିଟିଭ ରହିଛନ୍ତି। ସେହିପରି ବରଗଡ଼ ବ୍ଲକରୁ ୧୭ ଜଣ, ଭଟଲି ବ୍ଲକରୁ ୫ଜଣ, ଅତାବିରା ବ୍ଲକରୁ ୪ ଜଣ, ବରପାଲି ଏନଏସିରୁ ୩ଜଣ, ଅମ୍ବାଭୋନା, ବିଜେପୁର, ଅତାବିରା ଏନଏସି, ସୋହେଲା, ବରପାଲି, ଭେଡେନ ଓ ପାଇକମାଲ ବ୍ଲକରୁ ୨ଜଣ ଲେଖାଏଁ , ପଦ୍ମପୁର ଏନଏସି ଓ ଗାଇସିଲେଟ ବ୍ଲକରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି।

ସେହିପରି ୟୁକୋ ବ୍ୟାଙ୍କ ବରଗଡ଼ ଶାଖାର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ବ୍ୟାଙ୍କକୁ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି