ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡାରେ ପୁଣି ୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୫୮ ଜଣ, ବେଲପାହାଡ଼ ପୌରପରିଷଦରୁ ୩ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୧ ଜଣ, ଝାରସୁଗୁଡା ବ୍ଲକରୁ ୨ ଜଣ, ଲଖନପୁର ବ୍ଲକରୁ ୧୦ ଜଣ, ଲଇକେରା ବ୍ଲକରୁ ୫ ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୩୩ରେ ପହଞ୍ଚିଛି। ଏଥି ମଧ୍ୟରୁ ୫୭୫ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୪୫୭ ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।