ମୟୂରଭଞ୍ଜ ଜିଲ୍ଲାରୁ ୯୩ ନୂଆ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରୁ ଆଜି୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୪୫୨ରେ ପହଁଞ୍ଚିଛି। ସେହିପରି ଆଜି କରୋନାରେ ଜିଲ୍ଲାରୁ ୩୦ ବର୍ଷିୟା ମହିଳା, ୬୦ ଓ ୭୨ ବର୍ଷିୟା ବୃଦ୍ଧା ଏବଂ ଜଣେ ୭୨ ବର୍ଷ ବୟସର ବୃଦ୍ଧଙ୍କୁ ମିଶାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଫଳରେ ଜିଲ୍ଲାରୁ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ହୋଇ ମୋଟ ୪୭ ଜଣଙ୍କର ମୃତ୍ୟୁ ହୋଇଛି ।