ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା ୟାସ୍। ସମ୍ଭାବ୍ୟ ସାମୁଦ୍ରିକ ଝଡ ୟସକୁ ନେଇ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ମଧ୍ୟ ବାତିଲ୍ କରାଯାଇଛି। ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ୯୦ ଟି ଟ୍ରେନ୍ ବାତିଲ୍ କରିଛି ପୂର୍ବ ତଟ୍ଟ ରେଳପଥ।
ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ପୂର୍ବରୁ ବାତ୍ୟାର ଆଶାଙ୍କା କରି ରାଜ୍ୟରେ ୭୪ ଟି ଟ୍ରେନକୁ ବାତିଲ କରାଯାଇଥିଲା ଏବଂ ଶନିବାର ଆଉ ୧୬ ଟି ଟ୍ରେନକୁ ବାତିଲ କରାଯାଇଛି। ସର୍ବମୋଟ ବାତ୍ୟା ୟାସ୍ ପାଇଁ ୯୦ ଟି ଟ୍ରେନ୍ ବାତିଲ୍ ହୋଇଥିବା ଜଣାପଡ଼ିଛି।
ଆଜି ମୈସୁରରୁ ଛାଡିବାକୁ ଥିବା ମୈସୁର-ହାୱଡା ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ମେ’ ୨୪ ତାରିଖରୁ ଗୁଆହାଟିରୁ ଛାଡ଼ୁଥିବା ଗୌହାଟି- ଯଶବନ୍ତପୁର ସ୍ପେଶାଲ୍ ଟ୍ରେନକୁ ବାତିଲ କରାଯାଇଛି। ସେହିଭଳି ୨୫ ତାରିଖରେ ହାୱଡ଼ାରୁ ଛାଡ଼ୁଥିବା ହାୱଡ଼ା-ଯଶବନ୍ତପୁର ସ୍ପେଶାଲ୍ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଅନ୍ୟପଟେ ଭିଲ୍ଲପୁରମ୍-ଖଡ଼ଗପୁର ସ୍ପେଶାଲ୍ ଟ୍ରେନ୍ ଓ ଖଡ଼ଗପୁର-ଭିଲ୍ଲପୁରମ୍ ସ୍ପେଶାଲ୍ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି।
ହାୱଡ଼ା ଓ ହାଇଦ୍ରାବାଦ ଭିତରେ ଚାଲୁଥିବା ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନକୁ ବାତିଲ କରାଯାଇଛି। ୨୫, ୨୬ ଓ ୨୭ ତାରିଖରେ ହାୱଡ଼ାରୁ ଛାଡିବାକୁଥିବା ଏହି ଟ୍ରେନ୍ ବାତିଲ ହୋଇଛି। ସେହିପରି ୨୪, ୨୫ ଓ ୨୬ ତାରିଖରେ ହାଇଦ୍ରାବାଦରୁ ଛାଡ଼ିବାକୁଥିବା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି।
Due to Cyclone YAAS, it is decided to cancel various trains orig/destination from/at Bhubaneswar & Puri and trains passing through ECoR in Howrah-Chennai Main Line. These trains are …@DRMKhurdaRoad @DRMWaltairECoR @DRMSambalpur @serailwaykol #YaasCyclone pic.twitter.com/HwNVXkzxiv
— East Coast Railway (@EastCoastRail) May 22, 2021